କଶ୍ମୀରର ଗୁଲମାର୍ଗରେ ଦେଶର ସର୍ବୋଚ୍ଚ ଜାତୀୟ ପତାକା ଉଦଘାଟିତ

  • ଶ୍ରୀନଗର: ଆଗକୁ ସ୍ୱାଧୀନତା ଦିବସ ଥିବାବେଳେ ଆଜି ଜମ୍ମୁ ଓ କଶ୍ମୀରର ଗୁଲମାର୍ଗଠାରେ ଦେଶର ଉଚ୍ଚତମ ଜାତୀୟ ପତାକା ଉଦଘାଟିତ ହୋଇଯାଇଛି। ଦେଶର ଏକତା ଓ ଅଖଣ୍ଡତା ପାଇଁ ବଳୀଦାନ ଦେଇଥିବା କଶ୍ମୀର ଲୋକମାନଙ୍କୁ ସମ୍ମାନ ଜଣାଇ ଏହି ପତାକା ସ୍ଥାପନ କରାଯାଇଛି। ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପତାକାକୁ ଉତ୍ତରାଞ୍ଚଳ କମାଣ୍ଡ୍ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ୱାଇ.କେ.ଜୋଷୀ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଦେଶ ଗଠନ ପାଇଁ ଅବଦାନ ଦେଇଥିବା କେତେକ ଲୋକଙ୍କୁ ସମ୍ମାନିତ କରିଥିଲେ।
    ଗୁଲମାର୍ଗର ମନଲୋଭା ପ୍ରାକୃତିକ ପରିବେଶ ମଧ୍ୟରେ ସ୍ଥାପିତ ଏହି ପତାକା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଦେଖାଯାଇଛି। ଏହାକୁ ଦେଖିବାକୁ, ଫଟୋ ଉଠାଇବାକୁ ଓ ସେଲଫି ନେବାକୁ ପ୍ରବଳ ଗହଳି ହେଉଥିବା ଦେଖାଯାଉଛି। ୧୯୬୫ ମସିହାରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ନିକଟରେ ଥିବା ଗୁଲମାର୍ଗରେ ଗୋପନରେ ଅନୁପ୍ରବେଶ ଆରମ୍ଭ କରିଥିଲେ। ତେବେ ଜଣେ ସ୍ଥାନୀୟ ମେଷପାଳକ ମହମ୍ମଦ ଦିନ୍ ଏ ସମ୍ପର୍କରେ ଜାଣିପାରି ଭାରତୀୟ ସେନାକୁ ଖବର ଦେବା ପରେ ପାକିସ୍ତାନର ଷଡ଼ଯନ୍ତ୍ର ଧରାପଡ଼ିଥିଲା।