ଗୋଗରା ପେଟ୍ରୋଲିଂ ପଏଣ୍ଟରୁ ହଟିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦକୁ ସମାଧନ କରିବା ପାଇଁ ନିକଟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଫଳସ୍ୱରୂପ ଏବେ ଉଭୟ ଦେଶର ଯବାନ ଗୋଗରା ପେଟ୍ରୋଲିଂ ପଏଣ୍ଟରୁ ହଟି ଯାଇଛନ୍ତି। ଏନେଇ ଆଜି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏହି ଦ୍ୱାଦଶ ବୈଠକ ପରେ ଉଭୟ ଦେଶ ପୂର୍ବ ଲଦାଖର ଗୋଗରା ଅଞ୍ଚଳରୁ ସୈନ୍ୟ ହଟାଇବା ପାଇଁ ସହମତି ପ୍ରକାଶ କରିଥିଲେ। ଉଭୟ ପକ୍ଷରୁ ନିର୍ମିତ ହୋଇଥିବା ସମସ୍ତ ଅସ୍ଥାୟୀ ଭିତ୍ତିଭୂମିକୁ ନଷ୍ଟ କରି ଦିଆଯାଇଛି।