ଟୋକିଓ ଅଲମ୍ପିକ୍ସ: ୬୫ କେଜି ଫ୍ରି ଷ୍ଟାଇଲ କୁସ୍ତିର ସେମିରେ ପହଞ୍ଚିଲେ ବଜରଙ୍ଗ ପୁନିଆ

ଟୋକିଓ,ଏଜେନ୍ସି: ଟୋକିଓରେ ଅନୁଷ୍ଠିତ ହୋଇଥିବା ଅଲମ୍ପିକ୍ସ ଖେଳରେ ଭାରତକୁ କୁସ୍ତିରେ ଖୁସି ଖବର ମିଳିଛି। ଭାରତର ବଜରଙ୍ଗ ପୁନିଆ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ସେ ସ୍ୱର୍ଣ୍ଣ ପଦକରୁ ମାତ୍ର ଦୁଇ ପାଦ ଦୂରରେ ଅଛନ୍ତି। ବଜରଙ୍ଗ ପୁନିଆ ୬୫ କେଜି ଫ୍ରି ଷ୍ଟାଇଲ କୁସ୍ତିରେ ଇରାନର ରେସଲରକୁ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି।

କ୍ୱାର୍ଟର ଫାଇନାଲ ମ୍ୟାଚରେ ବଜରଙ୍ଗ ପୁନିଆ ଇରାନର ମୁତର୍ଜା ଘିସିଆ ଚେକାକୁ ୨-୧ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି। ତେବେ ପ୍ରଥମ ପିରିୟଡ ସମାପ୍ତ ବେଳକୁ ବଜରଙ୍ଗ ପୁନିଆ ୦-୧ରେ ପଛୁଆ ଚାଲୁଥିଲେ। କିନ୍ତୁ ପରବର୍ତ୍ତୀ ପିରିୟଡରେ ୨ ପଏଣ୍ଟ ହାସିଲ କରିଥିଲେ।