୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ

  • ଭୁବନେଶ୍ୱର: ପୂର୍ବରୁ ଦଶମ ଓ ଦ୍ୱାଦଶ କ୍ଲାସ୍ ଖୋଲିଥିଲା। ଏବେ ଖୋଲିବ ୯ମ ଶ୍ରେଣୀ। ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି। ରବିବାର ଓ ସାଧାରଣ ଛୁଟି ଦିବସରେ କ୍ଲାସ ବନ୍ଦ ରହିବ। ଅଭିଭାବକ ଚାହିଁଲେ ପିଲାମାନେ ଅନଲାଇନ କ୍ଲାସ କରିପାରିବେ। ନବମ କ୍ଲାସ ଆରମ୍ଭ ସହ ଛାତ୍ରାବାସ ମଧ୍ୟ ଖୋଲିବ। ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ମଧ୍ୟରେ କ୍ଲାସ ଚାଲିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ସ୍କୁଲ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିଛି। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ମହାମାରୀ ପାଇଁ ସମଗ୍ର ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଦୀର୍ଘ ଦେଢ଼ ବର୍ଷ ପରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି ସରକାର।