ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପ୍ରମୁଖ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର ଇସ୍ତଫା ଦେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ପ୍ରଶାନ୍ତ କିଶୋର କହିଛନ୍ତି, ଜନସାଧାରଣଙ୍କ ଜୀବନରେ ସକ୍ରିୟ ଭୂମିକାରୁ ସେ ସାମୟିକ ଅବ୍ୟାହତି ନେବାକୁ ଇଚ୍ଛୁକ। ଏହା ବ୍ୟତିରେକେ, ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ମଧ୍ୟ ସେ କିଛି ସ୍ଥିର କରି ନଥିବା କଥା ଲେଖିଛନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି, ସର୍ବସାଧାରଣଙ୍କ ଜୀବନରୁ ସକ୍ରିୟ ଭୂମିକା ନେବାରୁ ସାମୟିକ ଅବ୍ୟାହତି ନେବା ନିମନ୍ତେ ମୋର ନିଷ୍ପତ୍ତି ଦୃଷ୍ଟିରୁ ମୁଁ ଆପଣଙ୍କର ପ୍ରମୁଖ ପରାମର୍ଶଦାତା ଦାୟିତ୍ୱ ତୁଲାଇବା ପାଇଁ ସମର୍ଥ ନୁହେଁ ବୋଲି ଆପଣ ଜାଣନ୍ତି। ମୋ ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ବି କିଛି ସ୍ଥିର କରିନାହିଁ। ତେଣୁ, ପ୍ରମୁଖ ପରାମର୍ଶଦାତା ଦାୟିତ୍ୱରୁ ଅବ୍ୟାହତି ଦେବା ନିମନ୍ତେ ଅନୁରୋଧ କରି ଏ ପତ୍ର ଲେଖୁଛି।