ବେଙ୍ଗାଲୁରୁରେ ଲକ୍‌ଡାଉନ୍‌: ଅଗଷ୍ଟ ୧୬ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ, ୧୪୪ ଧାରା ଜାରି

ବେଙ୍ଗାଲୁରୁ,ଏଜେନ୍ସି: ଭାରତରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ। ବିଶେଷ ଭାବରେ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦକ୍ଷିଣ ଭାରତୀୟ ସହରରେ ସ୍ଥିତି ଅଧିକ ଖରାପ ରହିଛି। କେରଳ, କର୍ଣ୍ଣାଟକ, ତାମିଲନାଡୁ ଆଦି ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରିତ ହୋଇପାରି ନାହିଁ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବ। ଏହି ସମୟ ମଧ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ୧୪୪ ଧାରାକୁ ଅôଧକ କଡ଼ାକଡ଼ି କରାଯିବ। ରାତ୍ରିକାଳୀନ କର୍ଫ୍ୟୁ ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବେଙ୍ଗାଲୁରୁ ପୁଲିସ ମାର୍ଗଦର୍ଶିକା ଜାରି କରିଛି। ବର୍ତ୍ତମାନ ବେଙ୍ଗାଲୁରୁ ମହାନଗର ଭିତରେ ୧୪୧ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ରହିଛି। ବିଗତ ସପ୍ତାହ ଠାରୁ କରୋନା ପଜିଟିଭ ହାର ବଢ଼ିଛି। ବିବିଏମପି ଘୋଷଣା କରିଛି ଯେ, ଆପାର୍ଟମେଣ୍ଟ ଗୁଡ଼ିକରେ କରୋନା ପଜିଟିଭ ଚିହ୍ନଟ ହେଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ।