ଦେଶ ପାଇଁ ଆଜି ଐତିହାସିକ ଦିନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୪ ଦଶନ୍ଧି ପରେ ଭାରତ ପୁରୁଷ ହକି ଟିମର ଦମଦାର ପ୍ରଦର୍ଶନ। ଟୋକିଓ ଅଲମ୍ପିକ୍ସରେ ଜର୍ମାନକୁ ହରାଇ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ। ୪୧ ବର୍ଷ ପରେ ଭାରତ ପୁରୁଷ ହକିରେ ପଦକ ଜିତିଥିବାରୁ ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ଟୁଇଟ କରି ପୁରୁଷ ହକି ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦେଶ ବାସୀଙ୍କ ସ୍ୱପ୍ନକୁ ସାକାର କରିଛି ଭାରତୀୟ ପୁରୁଷ ହକି ଟିମ। ଯାହାଙ୍କ ପାଇଁ ଆଜି ପୁରା ଦେଶ ଗର୍ବିତ ବୋଲି ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ। ସେମିଫାଇନାଲରେ ଜର୍ମାନକୁ ୫-୪ ଗୋଲରେ ହରାଇ ଐତିହାସିକ ବ୍ରୋଞ୍ଜ ପଦକ ହାତେଇଛି ଭାରତ। ୧୯୮୦ରେ ଶେଷ ଥର ପାଇଁ ଭାରତ ହକିରେ ପଦକ ଜିତିଥିବା ବେଳେ ବର୍ତ୍ତମାନ ଦୀର୍ଘ ୪୧ ବର୍ଷ ପରେ ଭାରତକୁ ପୁଣି ଐତିହାସିକ ବିଜୟ ହାସଲ ହୋଇଛି।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟିମକୁ ଅଭିନନ୍ଦନ ଜଣାଇବା ସହିତ ଏକ ନୂଆ ଯୁଗର ଆରମ୍ଭ ହେଲା ବୋଲି କହିଛନ୍ତି। ସେହିପରି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଟିମକୁ ଉତ୍ସାହିତ କରିବା ସହିତ ବିଜୟର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।