ସିବିଏସଇ ଦଶମ ପରୀକ୍ଷାଫଳ ଘୋଷିତ

ନୂଆଦିଲ୍ଲୀ: ସିବିଏସଇ ଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପରୀକ୍ଷା ବାତିଲ କରାଯାଇଥିଲା। ସେଥିପାଇଁ ବିନା ପରୀକ୍ଷାରେ ବିକଳ୍ପ ପ୍ରକ୍ରିୟା ଆଧାରରେ ମୂଲ୍ୟାୟନ କରାଯାଇଛି। ଏଥର ରେକର୍ଡସଂଖ୍ୟକ ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି।

ସୂଚନାଯୋଗ୍ୟ, ୨୦ଲକ୍ଷ ୯୭ହଜାର ୧୨୮ ପିଲାଙ୍କ ମଧ୍ୟରୁ ୨୦ଲକ୍ଷ ୭୬ହଜାର ୯୯୭ଜଣ ସୁସ୍ଥ ହୋଇଛନ୍ତି। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯ ପ୍ରତିଶତ ପିଲା ପାସ୍ କରିଛନ୍ତି। ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପିଲା ପାସ୍ କରିଥିବା ଜଣାପଡ଼ିଛି।