କଟକ,ଏନ୍ଏନ୍ଏସ୍: ଅଫଲାଇନରେ ଚାଲିଥିବା ମ୍ୟାଟ୍ରିକ ପରିକ୍ଷାର ଖାତା ଦେଖା ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଖାତା ଦେଖା ମାତ୍ର ୩ ଦିନ ମଧ୍ୟରେ ଶେଷ ହେବ। ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ୧୫ଶହ ପରୀକ୍ଷକ ଖାତା ଦେଖିବେ ବୋଲି ଜଣାପଡ଼ିଛି।