କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କୋଲକାତା,ଏନ୍ଏନ୍ଏସ୍: ପଶ୍ଟିମବଙ୍ଗର ବାରୁଇପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ମଲ୍ଲିକପୁରର ୨୭ ଜଣ ଶ୍ରମିକ ତାମିଲନାଡୁକୁ କାମ ପାଇଁ ଏକ କାର ଯୋଗେ ଯାଉଥିଲେ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ବାକୁଲତାଲା ନିକଟରେ ଗାଡିଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୭ ଜଣଙ୍କୁ ଉଦ୍ଧାର କରାଯାଉ ନିମପୀଠ ଗ୍ରାମାଞ୍ଚଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମ୍ପୃକ୍ତ ଚାଳକଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଛି। ଏହାସହ ପୁଲିସ ଅଧିକ ଛାନଭିନ ଜାରି ରଖିଛି।