ତର୍ଜମା କରି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ

  • ଭୁବନେଶ୍ୱର: ଅଗଷ୍ଟ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍। ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି। ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବେ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲାସରିଛି। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ପାଠପଢା ଜାରି ରହିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବର୍ତ୍ତମାନ ଏକାଦଶ ନାମଲେଖା ହୋଇନାହିଁ। ତେଣୁ ପ୍ରଥମ ବର୍ଷ ଖୋଲିବା ନେଇ ଏବେ ନିଷ୍ପତ୍ତି ହୋଇନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ନେଇ ବିଭାଗ ତର୍ଜମା କରି ନିଷ୍ପତ୍ତି ନେବ। ପିଲାମାନଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ।