ନୂଆଦିଲ୍ଲୀ,ଏଜେନ୍ସି: ଆଜି ଅପରାହ୍ନ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଆଜି ମଭଗ୍ଦରକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବ। ସିବିଏସଇ ଦ୍ୱାଦଶ ଫଳାଫଳ ଅପରାହ୍ନ ୨ ଟାରେ ଘୋଷଣା କରାଯିବ ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।
କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ହେତୁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିବାରୁ ସିବିଏସଇ ଦ୍ୱାଦଶ ଫଳାଫଳ ଏକ ବିକଳ୍ପ ଉପାୟରେ ପ୍ରସ୍ତୁତ କରାଯାଇଛି। ଉକ୍ତ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଆଜି ପିଲାମାନଙ୍କ ମାର୍କ ପ୍ରକାଶ ପାଇବ।
ପିଲାମାନଙ୍କ ରେଜଲ୍ଟ ଅନଲାଇନରେ ଉପଲବ୍ଧ ହେବାକୁ ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ। ତେଣୁ ଅନଲାଇନରେ କ୍ରାଉଡ କମ୍ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସିବିଏସଇ ରେଜଲ୍ଟ ଉପଳବ୍ଧ ହେବ।