ଲଜ୍ଜା, ଛେଳିକୁ ଦୁଷ୍କର୍ମ ପରେ ହତ୍ୟା

  • ଇସଲାମାବାଦ: ଲଜ୍ଜା। ପାକିସ୍ତାନର ଓକାରାଠାରେ ଏକ ଜଘନ୍ୟ କାଣ୍ଡ ଘଟିଛି। ୫ ଜଣ ଯୁବକ ଗୋଟିଏ ଛେଳିକୁ ଟେକି ନେଇ ଗଣଧର୍ଷଣ କରିଛନ୍ତି। ଏହାପରେ ଯୌନ ପିପାଷୁମାନେ ଏତେ ନିଷ୍ଠୁର ହୋଇଯାଇଥିଲେ ଯେ ସେମାନେ ଛେଳିକୁ ଭୟଙ୍କର ନିର୍ଯାତନା ଦେବା ସହ ଅତ୍ୟନ୍ତ ବୀଭତ୍ସ ଢଙ୍ଗରେ ହତ୍ୟା ମଧ୍ୟ କରିଛନ୍ତି। ଏହାକୁ ନେଇ ଦେଶ ତମାମ ବିବାଦ ଦେଖାଦେଇଛି। ନିରୀହ ପଶୁ ସହ ଏଭଳି ଘଟଣାକୁ ସମସ୍ତେ କଡ଼ାଭାଷାରେ ନିନ୍ଦା କରିଛନ୍ତି।
    ରିପୋର୍ଟ ଅନୁସାର, ପାକିସ୍ତାନର ଓକାରା ଅଞ୍ଚଳରେ ଜଣେ ଶ୍ରମିକଙ୍କ ପାଖରେ ଛେଳିଟି ରହିଥିଲା। ତା’କୁ ୫ ଜଣ ଯୁବକ ପ୍ରଥମେ ଅପହରଣ କରି ନେଇଥିଲେ। ଏହାପରେ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଛେଳିକୁ ଅକଥନୀୟ ନିର୍ଯାତନା ଦେଇଥିଲେ। ନିର୍ଯାତନାରେ ସେମାନଙ୍କ ମନ ଭରି ନଥିଲା। ପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ଗଣଧର୍ଷଣ ପରେ ସେମାନେ ଛେଳିକୁ ପିଟିବା ସହ ପୁଣି ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲେ। ଶେଷରେ ଏହି ନିରୀହ ଜୀବଟିକୁ ହତ୍ୟା ମଧ୍ୟ କରିଥିଲେ। ଘଟଣା ପରେ ୫ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ଚାଲି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଲୋକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ଇମ୍ରାନ ଯୌନ ନିର୍ଯାତନା ବାବଦରେ ବୟାନ ଦେବା ସହ ମହିଳାମାନେ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ପୂର୍ଣ୍ଣ କପଡ଼ା ଖଚିତ ଡ୍ରେସ ବା ଆବାୟା ପିନ୍ଧିବାକୁ କହିଥିଲେ। ତେଣୁ ସୋସିଆଲ ମିଡିଆ ବ୍ୟବହାରକାରୀ ଇମ୍ରାନ ଖାନ୍ଙ୍କୁ ଛେଳିକୁ ମଧ୍ୟ ଆବାୟା ପିନ୍ଧିବା ଦରକାର କି ବୋଲି ପ୍ରଶ୍ନ କରିଛନ୍ତି। ଜଣେ ଟ୍ୱିଟର ୟୁଜର୍ ପଚାରିଛନ୍ତି ଯେ, କ’ଣ ଉଲ୍ଲଗ୍ନ ହୋଇ ବୁଲୁଥିବା ପଶୁମାନଙ୍କ ପ୍ରଭାବ ପୁରୁଷଙ୍କ ଉପରେ ପଡ଼ୁଛି? ଏବେ ପ୍ରଧାନମନ୍ତ୍ରୀ ବୋଧେ ଛେଳିମାନଙ୍କୁ ସେମାନଙ୍କ ଶରୀର ଘୋଡ଼ାଇ ରଖିବାକୁ ପରାମର୍ଶ ଦେବେ।