ହୋଷ୍ଟନରେ ପହଞ୍ଚିଲେ ମୋଦୀ

ଫ୍ରାଙ୍କଫର୍ଟ: ରବିବାର ହୋଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ପରିବାର ତରଫରୁ ହୋଷ୍ଟନରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ମୋଦୀ କହିଛନ୍ତି ଯେ ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ ପାଇଁ ଟ୍ରମ୍ପଙ୍କ ତାଙ୍କର ଆଲୋଚନା ସେତୁ ଭଳି କାମ କରିବ। ଗୋଟିଏ ମଞ୍ଚରେ ମୋଦୀ ଓ ଟ୍ରମ୍ପ ଉପସ୍ଥିତ ରହୁଥିବାରୁ ପ୍ରବାସୀ ଭାରତୀୟଙ୍କ ମନରେ ବହୁ ଉତ୍ସାହ ବୃଦ୍ଧି ପାଇଛି। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଟ୍ରମ୍ପ ପ୍ରବାସୀ ଭାରତୀୟଙ୍କ ଭୋଟ ଉପରେ ଦୃଷ୍ଟି ରଖିଛନ୍ତି।