ଆଜିଠୁ ଜନ୍ତର ମନ୍ତରରେ ଆରମ୍ଭ ହେଲା କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ବୋର୍ଡରରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଏବେ ସଂସଦ ପାଖରେ ପହଂଚିଛି। ଆଜିଠୁ କୃଷକମାନେ ଜନ୍ତର ମନ୍ତରରୁ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡ଼ିଛି। ସଂସଦର ମୌସୁମୀ ଅଧିବେସନ ମଧ୍ୟରେ ହେବାକୁ ଥିବା ଏହି ଆନ୍ଦୋଳନରେ ପ୍ରତିଦିନ ୨୦୦ କୃଷକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି।

ଗୋଟିଏ ପଟେ କୃଷକମାନେ ଜନ୍ତର ମନ୍ତରରେ ଆନ୍ଦୋଳନ କରୁଥିବାବେଳେ ଅନ୍ୟପଟେ କୃଷକଙ୍କ ସମର୍ଥନରେ ସଂସଦରେ ବିରୋଧୀ ଦଳ ହଙ୍ଗାମା କରୁଛନ୍ତି। କଂଗ୍ରେସ ସାଂସଦ କୃଷି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି। ଏହି ପ୍ରଦର୍ଶନରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ନେଇ ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ସୂଚନା ଦେଇଛନ୍ତି।