କଙ୍ଗନାଙ୍କ ଫିଲ୍ମରେ ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଏକ ବଡ଼ ଘୋଷଣା କରିଛନ୍ତି। କଙ୍ଗନାଙ୍କ ପ୍ରଡୋକ୍ସନରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ଟିକୁ ୱେଡ୍ସ ସେରୁ’ରେ ନୱାଜୁଦ୍ଦିନ ସିଦ୍ଦିକି ନଜର ଆସିବେ। ଏନେଇ କଙ୍ଗନା ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ କଙ୍ଗନାଙ୍କ ସହ ନୱାଜୁଦ୍ଦିନଙ୍କୁ ଦେଖିବାକୁ ମିଳିବ। ଏହା ହେଉଛି କଙ୍ଗନାଙ୍କ ପ୍ରଥମ ଡିଜିଟାଲ ପ୍ରୋଜେକ୍ଟ।

ସୂଚନାଯୋଗ୍ୟ, ନୱାଜୁଦ୍ଦିନ ଖୁବଶୀଘ୍ର ‘ବୋଲେ ଚୁଡ଼ିୟାଁ’ରେ ନଜର ଆସିବେ। ଏହି ଫିଲ୍ମରେ ନୱାଜୁଦ୍ଦିନଙ୍କ ସହ ତମନ୍ନା ଭାଟିଆ ଓ ମୋନୀ ରାୟଙ୍କୁ ଦେଖିବାକୁ ମିଳିବ। ଅନ୍ୟପଟେ କଙ୍ଗନା ‘ଧାକଡ’ ଫିଲ୍ମରେ ଏଜେଣ୍ଟ ଅଗ୍ନି ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କ ସହ ଅର୍ଜୁନ ରାମପାଲଙ୍କୁ ଦେଖିବାକୁ ମିଳିବ।