ଆମେରିକା ଦୂତାବାସ ଉପରେ ରକେଟ ମାଡ଼

  • ନୂଆଦିଲ୍ଲୀ: ପୁଣି ଗ୍ରନ୍ ଜୋନ୍ରେ ରକେଡ଼ ମାଡ଼। ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼ ହୋଇଛି। ଇରାକର ବାଗଦାଦ୍ସ୍ଥିତ ଆମେରିକା ଦୂତାବସ ଉପରେ ୩ଟି ରକେଟ୍ ହାମଲା ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁବାର ବିଳମ୍ବିତ ରାତିରେ ଡ୍ରୋନରେ ହାମଲା ହୋଇଥିବା ନେଇ ସୂଚନା ମିଳିଛି।
    ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବେ ଆମେରିକା ସେନା ଦୂତାବାସ ନିକଟରେ ବୁଲୁଥିବା ଏକ ଡ୍ରୋନକୁ ନଷ୍ଟ କରିଦେଇଥିଲା। ବାଗଦାଦର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରକେଟ୍ ମାଡ ହୋଇଛି। ଯେଉଁଠିକି ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠା ଅଛି। ଏପର୍ଯ୍ୟନ୍ତ କେହି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।