ସ୍ୱିଡେନ,ଏଜେନ୍ସି: ସ୍ୱିଡେନର ରେବ୍ରୋ ସହରରେ ବଡ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଥିବା ପାଇଲଟଙ୍କ ସମେତ ୮ ସ୍କାଏଡାଇଭରଙ୍କ ମୃତ୍ୟୁ ଘଟିଛି। ସ୍ୱିଡେନର ମିଳିତ ଉଦ୍ଧାର କାର୍ଯ୍ୟ ସମନ୍ୱୟ କେନ୍ଦ୍ର (ଜେଆରସିସି) ଅନୁଯାୟୀ ଏହା ଏକ ଛୋଟ ଚାଳକ ବିମାନ ଯାହା ରେବ୍ରୋ ବିମାନବନ୍ଦର ନିକଟରେ ଷ୍ଟକହୋମଠାରୁ ୧୬୦ କିଲୋମିଟର ପଶ୍ଚିମ ଦିଗରେ ଖସିପଡିଥିଲା।
ବିମାନଟି ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ସମୁଦାୟ ୯ ଜଣ ଲୋକ ଥିଲେ। ବିମାନ ଦୁର୍ଘଟଣାରେ ବିମାନରେ ଥିବା ୮ ଜଣ ସ୍କାଏଡାଇଭରଙ୍କ ସହିତ ପାଇଲଟର ମୃତ୍ୟୁ ଘଟିଛି।