ଜାପାନରେ ଜାରି ହେବ ଆପାତକାଳ

ଜାପାନ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରୁ ଅଲମ୍ପିକ ଖେଳର ଶୁଭାରମ୍ଭ ହେବ। କିନ୍ତୁ ଟୋକିଓରେ ବଢ଼ୁଥିବା କରୋନା ମାମଲା ଜାପାନ ସରକାର ଓ ଅଲମ୍ପିକ ଖେଳର ଆୟୋଜକଙ୍କ ଚିନ୍ତା ବଢ଼ାଇଛି। କରୋନା ମାମଲାକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ସହ ହୋଇଥିବା ବୈଠକରେ ଜୁଲାଇ ୧୨ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଆପାତକାଳ ଲାଗୁ କରିବାକୁ ସରକାରୀ ଅଧିକାରୀ ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ଯୋଗୁ ଅଲମ୍ପିକ ଆୟୋଜନକୁ ପୂର୍ବରୁ ହିଁ ବର୍ଷେ ଲାଗି ଘୁଞ୍ଚା ଯାଇଥିଲା। ଜାପାନ ସରକାର ଅଲମ୍ପିକକୁ ଦୃଷ୍ଟିରେ ରଖି ଆହୁରି କିଛି କଡ଼ା ପଦକ୍ଷେପ ନେଇପାରନ୍ତି। ଖେଳ ସମୟରେ ବିଦେଶୀ ଦର୍ଶକଙ୍କୁ ପଡ଼ିଆରେ ଏଣ୍ଟ୍ରି ମିଳିବନି। ଏଥିସହିତ ସ୍ଥାନୀୟ ଦର୍ଶକଙ୍କ ପ୍ରବେଶକୁ ନେଇ ଆସନ୍ତାକାଲି ପଦକ୍ଷେପ ନିଆଯିବ।