ବାଲିପାଟଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଜଣେ ୭ ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ଚାଇଲ୍ଡଲାଇନର ପଦକ୍ଷେପ। ଶିଶୁକୁ ଔଷଧ ଓ ଖାଦ୍ୟ ଦେବା ସହିତ ଆବଶ୍ୟକ ଯତ୍ନ ନିଆଯାଉଛି। ଶିଶୁଟିକୁ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ନିର୍ଯାତନା ନେଇ ଶିଶୁଙ୍କ ଅଜାଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି।

ବାଲିପାଟଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ସାବତ ମାଆ ଓ ବାପା ନିର୍ଯାତନା ଦେବା ସହିତ ପେଟପୁରା ଖାଇବାକୁ ଦେଉନଥିଲେ। ଏଥିଯୋଗୁଁ ଶିଶୁଟି ଅପପୁଷ୍ଟିର ଶିକାର ମଧ୍ୟ ହୋଇଥିଲା। ଅଭିଯୋଗ ହେବା ପରେ ଚାଇଲ୍ଡଲାଇନ ପକ୍ଷରୁ ହସ୍ତକ୍ଷେପ କରାଯାଇଛି।