ହସ୍ପିଟାଲରୁ ଡିସଚାର୍ଜ ହେଲେ ନାସିଋଦ୍ଦିନ ଶାହ

ମୁମ୍ବାଇ,ଏଜେନ୍ସି: ହିନ୍ଦି ଚଳଚ୍ଚିତ୍ର ଜଗତର ଜଣେ ବରିଷ୍ଠ କଳାକାର ନାସିଋଦ୍ଦିନ ଶାହ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଦୀର୍ଘ ସପ୍ତାହେ ଧରି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପୁଆ ବିୟାନ ଶାହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଘରକୁ ଫେରିଥିବା ସୂଚନା ଦେଇଛନ୍ତି। ଜୁନ୍ ୨୪ ତାରିଖରେ ନିମୋନିଆ ରୋଗରେ ପୀଡ଼ିତ ହୋଇ ନାସିଋଦ୍ଦିନ ଶାହ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇଥିଲେ।