ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,ଏଜେନ୍ସି: ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ। ଆଜି ନିଜ କାର୍ଯ୍ୟାଳୟ ଆସି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଧନ୍ୟବାଦ। ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଭିଜନ ରହିଛି। ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା। ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥିପ୍ରତି କାମ କରିବି। ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଭିଜନ ଓ ମିଶନକୁ ସଫଳ କରିବା ପାଇଁ କାମ କରିବି।

ଦାୟିତ୍ୱ ଗ୍ରହଣ ପରେ ରେଳ ମନ୍ତ୍ରଣାଳୟର ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।