Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସୋପୋର ଏନକାଉଣ୍ଟରେ ସୁରକ୍ଷାବାହନୀକୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସୋପୋର ଏନକାଉଣ୍ଟରେ ସୁରକ୍ଷାବାହନୀକୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାର ସୋପୋର ଅଞ୍ଚଳରେ ରବିବାରକୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏଠାରେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛି। ରାତିସାରା ଜାରି ଥିବା ଏହି ଏନକାଉଣ୍ଟରରେ ଲସ୍କର-ଏ-ତଇବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି।

କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଅନୁସାରେ ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ପୁଲିସ କର୍ମଚାରୀ, ୨ ଜଣ କାଉନସିଲର ଓ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସାମିଲ ଲସ୍କର-ଏ-ତଇବାର ଶୀର୍ଷ ଆତଙ୍କବାଦୀ ମୁଦାସିର ପଣ୍ଡିତ ସୋପୋରରେ ନିହତ ହୋଇଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନର ମୋଟ ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିସହ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।