କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଅଟକ

ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କ ହାଇଡ୍ରାମା। ଗୁରୁବାର ଏବିଭିପି ଦ୍ୱାରା ଆୟୋଜିତ ହୋଇଥିବା ଏକ ସେମିନାର୍ ରେ ଯୋଗ ଦେବାକୁ ଯାଇ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ହଟହଟ୍ଟା ହେବାକୁ ପଡିଛି। ଦୀର୍ଘ ୫ ଘଣ୍ଟା କାଳ ରାଜ୍ୟପାଳ ଜଗଦୀପ ଧନଖର ଓ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଏସଏଫଆଇ ଛାତ୍ରମାନେ ଅଟକ ରଖିଥିବା ସୂଚନା ମିଳିଛି।