ନାସିକ ରାଲିରେ କଶ୍ମୀର ବିଷୟରେ କହିଲେ ମୋଦୀ

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାସିକଠାରେ ଗୁରୁବାର ଅପରାହ୍ଣ ସମୟରେ ଏକ ଶୋଭାଯାତ୍ରା କରିଛନ୍ତି। ଏହ ଅବସରରେ ସେ ଆଗାମୀ ମାସରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କିଜେପିର କ୍ୟାମ୍ପେନ୍ ଅଭିଯାନର ଆରମ୍ଭ କରିଛନ୍ତି। କ୍ୟାମ୍ପେନ୍ ଅଭିଯାନର ଆରମ୍ଭ କରିବା ସମୟରେ ମୋଦୀ କାଶ୍ମୀରରେ ଏତେ ସମୟ ଧରି ଚାଲିଥିବା ଦୁର୍ଦ୍ଦଶା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଏଥିସହ ଜମ୍ମୁ ଓ କଶ୍ମୀରରେ ଚାଲିଥିବା ହିଂସାକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି। ୩୭୦ ଧାରା ଉଠାଇବା ପରେ ଜମ୍ମୁକଶ୍ମୀର ବାସିନ୍ଦା ଶାନ୍ତିରେ ନିଶ୍ୱାସ ନେଉଛନ୍ତି ବୋଲି ର୍ୟାଲି ସମୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।