ଶ୍ରୀନଗର,ଏଜେନ୍ସି: କରୋନା ସଂକଟ ସମୟରେ ପୁଣି ଉଦାରତା ଦେଖାଇଲା ଭାରତୀୟ ସେନା। ଜାମ୍ମୁ-କାଶ୍ମୀରବାସୀଙ୍କ ଉଦ୍ଦେଶ୍ୟରେ ସେନା ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହି ହସ୍ପିଟାଲ ସୁବିଧା ବାଟୱାରାର ୨୧୬ ଟ୍ରାଞ୍ଜିଟ କ୍ୟାମ୍ପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରୀନଗର ଡେପୁଟି କମିସନର ମହମ୍ମଦ ଆଇଜାଜ ଆସାଦ ଏହାକୁ ଉଦଘାଟନ କରିଛନ୍ତି।
ଉକ୍ତ କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟର ସୁବିଧା ସହିତ ୧୦ଟି ଆଇସିୟୁ ବେଡ୍, ୨୦ଟି ହାଇ ଡିଫେନ୍ସି ୟୁନିଟ ବେଡ୍, ୨୦ଟି ଅକ୍ସିଜେନ ବେଡ୍, ଗୋଟିଏ ଲାବୋରେଟୋରୀ, ରାଡିଓଲୋଜି ବିଭାଗ ଏବଂ ବ୍ଲଡ ଗ୍ୟାସ ଆଲାଲାଇଜର ରହିଛି। ଏଥିସହ ଉତ୍ତମ ଡାକ୍ତର, ମିଲିଟାରୀ ନର୍ସ, ପାରାମେଡିକାଲ ଷ୍ଟାଫ୍ ସମେତ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ଭାରତୀୟ ସେନା ସୁନିଶ୍ଚିତ କରିଛି। ତେବେ ତୃତୀୟ ଲହରର ମୁକାବିଲା ପାଇଁ ଏହି ଭୂଖଣ୍ଡ ପ୍ରସ୍ତୁତ ରହିଥିବା କହିଛି ଭାରତୀୟ ସେନା।