ରାଜଧାନୀରେ ଆଜି ୬୬୧ ଆକ୍ରାନ୍ତ : ୧୩୫୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ଆଉ ୬୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୬ଜଣ ଓ ସ୍ଥାନୀୟ ସଂକ୍ରମଣ ୫୦୫ଜଣ ରହିଛନ୍ତି। ଅନ୍ୟପଟେ ୧୩୫୭ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ୫୭୦ ହୋଇଥିବାବେଳେ ୭୩ହଜାର ୯୬୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭,୨୨୨ଜଣ ଚିକିତ୍ସିତ ହେଉଛନ୍ତି।