ରାଜ୍ୟରେ ୮,୮୩୬ କରୋନା ରୋଗୀ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ ୧୦୯୫

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୮୩୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୭ଲକ୍ଷ ୫୬ହଜାର ୬୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୯୫, କଟକରୁ ୯୫୬, ସୁନ୍ଦରଗଡ଼ରୁ ୫୯୦, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୁରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡ଼ାରୁ ୩୮୪, ବୌଦ୍ଧ ଓ କଳାହାଣ୍ଡିରୁ ୩୧୦ ଲେଖାଏଁ, ବରଗଡ଼ରୁ ୨୭୬, ନୟାଗଡ଼ରୁ ୨୭୩, ଜଗତସିଂହପୁରରୁ ୨୪୨ ଓ ଷ୍ଟେଟପୋଲରୁ ୨୨୭ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେଉଁଝରରୁ ୧୯୬, ସୋନପୁର ଓ ସମ୍ବଲପୁରରୁ ୧୪୦ ଲେଖାଏଁ, ସମ୍ବଲପୁରରୁ ୧୨୬, ବଲାଙ୍ଗିରରୁ ୧୧୮, ଝାରସୁଗୁଡ଼ାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନଗିରିରୁ ୧୦୪, ବାଲେଶ୍ୱରରୁ ୧୦୧, ଢେଙ୍କାନାଳରୁ ୯୦, ଗଜପତି ଓ କନ୍ଧମାଳରୁ ୮୬ ଲେଖାଏଁ, ରାୟଗଡ଼ାରୁ ୮୫, ଦେଓଗଡ଼ରୁ ୬୪ ଓ ନୂଆପଡ଼ା ଜିଲ୍ଲାରୁ ୫୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୫ହଜାର ୧୧୦ ହୋଇଥିବାବେଳେ ୭ଲକ୍ଷ ୫୬ହଜାର ୬୪୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୦୮୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୫ହଜାର ୩୩୬ଜଣ ଚିକିତ୍ସିତ ହେଉଛନ୍ତି।