ମୁମ୍ବାଇରେ ଭାରୀ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ଛୁଟି

ମୁମ୍ବାଇ,ଏଜେନ୍ସିଆଇଏମ୍‌ଡି ପକ୍ଷରୁ ଗୁରୁବାର ମୁମ୍ବାଇରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏ ନେଇ ମୁମ୍ବାଇ ଓ ରାୟଗଡ଼ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୪ ମିଲିମିଟର ବର୍ଷା ଆକଳନ କରାଯାଇଛି।

ଏ ନେଇ ଶିକ୍ଷାମନ୍ତ୍ରୀ ଆଶିଷ ଶେଲାର ଥାଣେ, କୋଙ୍କଣ ଓ ମୁମ୍ବାଇ ଅଞ୍ଚଳର ସମସ୍ତ ସ୍କୁଲ ଓ ଜୁନିୟର କଲେଜଗୁଡ଼ିକୁ ବନ୍ଦ ରହିବାକୁ ଘୋଷଣା କରିଛନ୍ତି। ଏ ନେଇ ସେ ଜିଲାପାଳମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।