ମୁମ୍ବାଇ, ଏଜେନ୍ସି: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ବର୍ତ୍ତମାନ ଅକ୍ସିଜେନ ସପୋର୍ଟରେ ରହିଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ହିନ୍ଦୁଜା ହସ୍ପିଟାଲର ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ଡାଃ ଜଲିଲ ପାର୍କର ସୂଚନା ଦେଇଛନ୍ତି। ତେବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାପରେ ଦିଲୀପ କୁମାରଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସ୍ଫୁସ୍ରେ ପାଣି ଜମିଛି ଏବଂ ଆଉ କେତେକ ପରୀକ୍ଷା ରିପୋର୍ଟ ଆସିବାପରେ ପରବର୍ତ୍ତୀ ଚିକିତ୍ସା ପଦ୍ଧତି ନିର୍ଣ୍ଣୟ କରାଯିବ ବୋଲି ଡାଃ ପାର୍କର କହିଛନ୍ତି।