ତେଜସରେ ଉଡ଼ିଲେ ପ୍ରତିରକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ,ଏଜେନ୍ସି: କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏଚ୍ଏଏଲ୍, ବେଙ୍ଗାଲୁରୁରୁ ଏକ ଲଡାକୁ ବିମାନ ତେଜସରେ ଉଡାଣ ଭରିଛନ୍ତି। ଦୁଇଟି ସିଟ ଥିବା ଏହି ଫାଇଟର ଜେଟର କକ୍ପିଟରେ ପାଇଲଟର ପଛ ସିଟ୍ରେ ବସି ଉଡାଣ ଭରିଛନ୍ତି।
ଏହାକୁ ନେସନାଲ ଫ୍ଲାଇଟ ଟେଷ୍ଟ ପ୍ରୋଜେକ୍ଟ ଡାଇରେକ୍ଟର ତଥା ଏୟାର ମାର୍ଶଲ ନର୍ମଦେଶ୍ୱର ତିବାରି ଉଡ଼ାଇଛନ୍ତି। ସେହିପରି ରଜନାଥ ସିଂହ ତେଜସରେ ଉଡ଼ିଥିବା ପ୍ରଥମ ରକ୍ଷା ମନ୍ତ୍ରୀ। ତେବେ ଏହି ଉଡାଣ ପୂର୍ବରୁ ରାଜନାଥ ସିଂହଙ୍ ୩୦ ମିନିଟ ପର୍ଯ୍ୟନ୍ତ ୪୫ ସ୍କାର୍ଡନ୍ ଫ୍ଲାଇଂ ଡଗର୍ସର ପାଇଲଟଙ୍କ ଦ୍ୱାରା ଅଭ୍ୟାସ କରିଥିଲେ।