ଏଲୋପାଥିକୁ ନେଇ ବାବା ରାମଦେବଙ୍କ ବୟାନକୁ ବିରୋଧ, ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,ଏଜେନ୍ସି: ଏଲୋପାଥି ତଥା ଆଧୁନିକ ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ଦ୍ୱାର ଦିଆଯାଇଥିବା ବୟାନକୁ ବିରୋଧ କରି ଆଜି ଦେଶର ବହୁ ହସ୍ପିଟାଲର ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିସହିତ ବାବା ରାମଦେବଙ୍କୁ ଗିରଫ କରିବା ନେଇ ଦାବି ହୋଇଛି। ଏହି ମଧ୍ୟରେ ଚିକିତ୍ସା ସଂଘ ପକ୍ଷରୁ ରାମଦେବଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିବାକୁ କୁହାଯାଇଛି।

ଫେଡରେସନ ଅଫ୍ ରେଜିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍(FORDA), ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍(IMA) ସମେତ ଅନେକ ସଂଗଠନ ରାମଦେବଙ୍କ ବିରୋଧରେ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ବିରୋଧ ପ୍ରଦର୍ଶନ ଯେପରି ସ୍ୱାସ୍ଥ୍ୟ ସେବାରେ ବାଧାପ୍ରାପ୍ତ ନହୁଏ ସେନେଇ FORDA ଡାକ୍ତରମାନଙ୍କୁ କହିଛନ୍ତି। ଏନେଇ ଅନେକ ଡାକ୍ତର କାର୍ଯ୍ୟରେ ଥାଇ ପିପିଇ କିଟ ପିନ୍ଧି କଳା ବ୍ୟାଚ୍ ପରିଧାନ କରି ରାମଦେବଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।