କେନ୍ଦ୍ର ଶିକ୍ଷାମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଯୋଗୁ ହେଉଥିବା ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ସେଥିପାଇଁ ଦ୍ୱାଦଶ ପରୀକ୍ଷାକୁ ନେଇ ହେବାକୁ ଥିବା ଘୋଷଣାକୁ ମଧ୍ୟ ଆଜି ବାତିଲ କରାଯାଇଛି।

ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହୋଇଥିବା ନେଇ ଶିକ୍ଷାମନ୍ତ୍ରୀ ମେ’ ୨୧ ତାରିଖରେ ଟ୍ୱିଟ୍ କରିଥିଲେ।