ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ସ ବର୍ଦ୍ଧନଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ପାଇଁ ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି କିମ୍ବା ସଂଗଠନକୁ ସ୍ୱୀକୃତି ସ୍ୱରୁପ ପୁରସ୍କାର ଦେଇଥାଏ। ଏହି ସ୍ୱୀକୃତି ଡବ୍ଲୁଏଚଓ ନିର୍ଦ୍ଦେଶକ-ଜେନେରାଲ୍ ସ୍ପେଶାଲ ସ୍ୱୀକୃତି ପୁରସ୍କାର ଏବଂ ୱାର୍ଲ୍ଡ ନୋ ତମାଖୁ ଦିବସ ପୁରସ୍କାର ରୂପ ପରିଚିତ। ଚଳିତ ବର୍ଷ ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ସ ବର୍ଦ୍ଧନଙ୍କୁ ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ପୁରସ୍କୃତ କରାଯାଇଛି।

ଆଜି ବିଶ୍ୱ ସ୍ୱାସ୍ଥ୍ୟ ତମାଖୁ ଦିବସ ପାଳନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ତମାଖୁରୁ ନିବୃତ୍ତ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଯୋଗ ଦେଇଥିଲେ।

ସେ ନିଜର ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, “ଭାରତରେ ପ୍ରତିବର୍ଷ ତମାଖୁ ସେବନରେ ୧.୩ ମିଲିୟନରୁ ଅଧିକ ମୃତ୍ୟୁ ଘଟିଥାଏ, ଯାହା ଦିନକୁ ୩୫୦୦ ମୃତ୍ୟୁ ହୋଇଥାଏ। ଏହା ବ୍ୟତୀତ ତମାଖୁ ଦେଶର ଆର୍ଥିକ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।” ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଧୂମ୍ର ପାନକାରୀମାନେ କୋଭିଡ-୧୯ରୁ ଭୟଙ୍କର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଡବ୍ଲୁଏଚଓ ଅଧ୍ୟୟନ ଅନୁଯାୟୀ “ଭାରତରେ ତମାଖୁ ବ୍ୟବହାରରେ ଜଡିତ ରୋଗ ଏବଂ ମୃତ୍ୟୁର ଅର୍ଥନୈତିକ ମୂଲ୍ୟ” ଶୀର୍ଷକ ଅନୁଯାୟୀ ଏହା ଅନୁମାନ କରାଯାଇଛି ଯେ ଭାରତରେ ତମାଖୁ ସେବନ ହେତୁ ରୋଗ ଏବଂ ମୃତ୍ୟୁର ଅର୍ଥନୈତିକ ଭାର ୧.୭୭ ଲକ୍ଷ କୋଟି ଟଙ୍କା, ଯାହା ଜିଡିପିର ପ୍ରାୟ ୧% ଅଟେ।