ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ଆଉ ୮୧୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ଜଣ ଓ ସ୍ଥାନୀୟ ସଂକ୍ରମଣ ୬୪୩ଜଣ ରହିଛନ୍ତି। ଅନ୍ୟପଟେ ୧୦୪୬ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ହଜାର ୭୮୪ ହୋଇଥିବାବେଳେ ୬୪ହଜାର ୧୭୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୩୮ ଜଣଙ୍କର ମୃତ୍ୟୁ ଘଟିିଛି ଓ ୩୩୮ଜଣ ଚିକିତ୍ସିତ ହେଉଛନ୍ତି।