ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ୍–୧୯ର ଦ୍ରୁତ ସଂକ୍ରମଣ ଓ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଏବଂ କମିସନ ନୋଟିସର ଧାରାବାହିକତା କ୍ରମରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କମିସନ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ୧୭ ଦିନ ପର୍ଯ୍ୟନ୍ତ କମିସନ କାର୍ଯ୍ୟାଳୟକୁ ସାଧାରଣ ଜନତା, ପିଟିସନର ତଥା ବିଭିନ୍ନ ପକ୍ଷଙ୍କର ପ୍ରବେଶ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ଅଭିଯୋଗକାରୀଙ୍କ ପଞ୍ଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଚାଲୁ ରହିବ।
ଏହି ସମୟରେ ଅତି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବ। କାର୍ଯ୍ୟାଳୟ ଇମେଲ କ୍ଟଷକ୍ସମଅଦ୍ଭସମ.ସଦ୍ଭ ମାଧ୍ୟମରେ ଅଭିଯୋଗ ପିଟିସନ୍ ଦାଖଲ କରାଯାଇପାରିବ। ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟ୍ରାରଙ୍କୁ ମୋବାଇଲ ନମ୍ବର-୮୭୬୩୬୪୨୦୮୦ ଯୋଗେ ସମ୍ପର୍କ କରାଯାଇପାରିବ। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ।