ବିଶାଖାପଟ୍ଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)ର ପୁରୁଣା ଟର୍ମିନାଲରେ ଆଜି ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରକେ ଏମରଜେନ୍ସୀ ସାଇରନ ବାଜିବା ଯୋଗୁ କର୍ମଚାରୀ ଓ ଶ୍ରମିକ ୟୁନିଟ ତୁରନ୍ତ ବାହାରକୁ ପଳାଇ ଆସିଥିଲେ। ଯଥାଶୀଘ୍ର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିଲା। ନିଆଁ ଲିଭା କାର୍ଯ୍ୟ ଯୁଦ୍ଧସ୍ତରରେ ଜାରି ରହିଛି।