ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଆଖି ପିଛୁଳାକେ ଜଳିଗଲା ୨୦ ଦୋକାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଗଲା ୨୦ ଦୋକାନ। ରାଜଧାନୀ ଉପକଣ୍ଠ ପୋଖରୀପୁଟ ଅଞ୍ଚଳ ମଧୁସୂଦନ ପାର୍କ ନିକଟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଏତେ ଦ୍ରୁତ ଗତିରେ ମାଡି ଯାଇଥିଲା ଯେ ଆଖି ପିଛୁଳାକେ ୨୦ଟି ଦୋକାନ ପୋଡିଜଳି ଛାରଖାର ହୋଇଯାଇଛି। ଅଗ୍ନିକାଣ୍ଡର ଖବର ପାଇବା ପରେ ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଓ ଆହତଙ୍କ ସୂଚନା ନଥିବା ବେଳେ ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।