ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ପୁଅ ଗୁରୁତର, ଇସିଏମଓ ଚିକିତ୍ସା ପାଇଁ ଗଲେ ହାଇଦ୍ରାବାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା କରୋନାରେ ସଂକ୍ରମିତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ଘରୋଇ ଡାକ୍ତରଖାନାରେ ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ (ଇସିଏମଓ) ଚିକିତ୍ସାର ଉପଲବ୍ଧତା ନଥିବାରୁ ସଂଗ୍ରାମଙ୍କୁ ହାଇଦ୍ରାବାଦକୁ ପଠାଯାଇଛି। ସେ ପ୍ରାୟ ଏକ ମାସ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ତାଙ୍କୁ ୨୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଇସିଏମଓ ଅଭାବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି।