ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୦ ହଜାର ୬୦୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୨୭, ଅନୁଗୁଳରୁ ୫୫୬, ସୁନ୍ଦରଗଡ଼ରୁ ୫୧୫, ବାଲେଶ୍ୱରରୁ ୫୦୧, ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯, ମୟୂରଭଞ୍ଜରୁ ୪୬୪, ବଲାଙ୍ଗିରରୁ ୪୫୯, ଝାରସୁଗୁଡ଼ାରୁ ୩୯୭ ଓ ବରଗଡ଼ରୁ ୩୮୧ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଯାଜପୁରରୁ ୩୫୪, ନବରଙ୍ଗପୁରରୁ ୩୨୯, ନୟାଗଡ଼ରୁ ୨୮୭, କଳାହାଣ୍ଡିରୁ ୨୫୯, ଗଞ୍ଜାମରୁ ୨୪୭, ନୂଆପଡ଼ାରୁ ୨୪୭, ଜଗତସିଂହପୁରରୁ ୨୪୪, କେନ୍ଦୁଝରରୁ ୨୩୦, ଭଦ୍ରକରୁ ୨୧୬, ଢ଼େଙ୍କାନାଳରୁ ୨୧୨, କୋରାପୁଟରୁ ୧୫୮, ସୋନପୁରରୁ ୧୫୬, ବୌଦ୍ଧରୁ ୧୫୨, କେନ୍ଦ୍ରାପଡ଼ାରୁ ୧୪୭, ରାୟଗଡ଼ାରୁ ୧୨୮, ଗଜପତିରୁ ୧୨୬, ମାଲକାନଗିରିରୁ ୧୦୧, ଦେବଗଡ଼ରୁ ୧୦୦, କନ୍ଧମାଳରୁ ୯୫ ଏବଂ ଷ୍ଟେଟପୁଲରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୫ ଲକ୍ଷ ୭୭ ହଜାର ୯୮୩ରେ ପହଞ୍ଚିଛି।