ବ୍ଲାକ ଫଙ୍ଗସ ବଢ଼ାଉଛି ଚିନ୍ତା : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଜାରି ରହିଥିବାବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ହର୍ଷବର୍ଦ୍ଧନ ଉକ୍ତ ରାଜ୍ୟର କରୋନା ଓ ବ୍ଲାକ ଫଙ୍ଗସର ତାଜା ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ବ୍ଲାକ ଫଙ୍ଗସର ବଢ଼ୁଥିବା ମାମଲା ଚିନ୍ତା ବଢ଼ାଉଛି। ଏବେ ଦେଶରେ ବ୍ଲାକ ଫଙ୍ଗସ ଔଷଧର ଉତ୍ପାଦନ ବଢ଼ାଯାଉଛି। ଆଗାମୀ ଦିନରେ କରୋନା ଭାଇରସ ପିଲାଙ୍କ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ସରକାର କରୋନାର ତୃତୀୟ ଲହରୀକୁ ମୁକାବିଲା କରିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।