ବାତ୍ୟା ‘ୟାସ୍’ ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ପାଇଁ ଅଶାନ୍ତ ହୋଇପାରେ ସମୁଦ୍ର। ଏଥିପାଇଁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବା ପାଇଁ କୁହାଯାଇଛି। ଏନେଇ କୋଷ୍ଟଗାର୍ଡ ପକ୍ଷରୁ ସତର୍କ କରାଯାଇଛି। କୋଷ୍ଟଗାର୍ଡ ଯବାନମାନେ ବିମାନ ଯୋଗେ ସମୁଦ୍ର ଭିତରକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରୁଛନ୍ତି।

ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ସୁଦ୍ଧା ବାତ୍ୟା ‘ୟାସ୍’ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି। ତେଣୁ ଏହା ପୂର୍ବରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରୁ ପଳାଇ ଆସିବା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ସଚେତନ ଅଭିଯାନ ଆରମ୍ଭ ହୋଇଛି।