ସପ୍ତାହକୁ ୨ ଦିନ ଚାଲିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏଥର ସପ୍ତାହକୁ ୨ଦିନ ଚାଲିବ। ଯାତ୍ରୀ ନହେବା ସହ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ରାଜଧାନୀ ଏକ୍ସପ୍ରେସ ଭାୟା ଟାଟା ଭୁବନେଶ୍ୱରରୁ କେବଳ ମଙ୍ଗଳବାର ଚାଲିବ। ମେ’ ୨୧ରୁ ଜୁନ୍ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା ଭୁବନେଶ୍ୱରରୁ କେବଳ ରବିବାର ଚାଲିବ। ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା ନୂଆଦିଲ୍ଲୀରୁ କେବଳ ସୋମବାର ଚାଲିବ। ଏହି ଟ୍ରେନ ଭୁବନେଶ୍ୱରରୁ ୨୬ ଓ ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ। ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ। ମେ’ ୨୨ ଓ ୨୯ରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ବାତିଲ। ପୂର୍ବତଟ ରେଳପଥର ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ ମଧ୍ୟ ବାତିଲ ରହିବ ବୋଲି ଜଣାପଡ଼ିଛି।