ଇନ୍ଦୋରରେ ମେ’ ୨୯ଯାଏ ବଢିଲା କରୋନା କର୍ଫ୍ୟୁ

ମଧ୍ୟପ୍ରଦେଶ,ଏଜେନ୍ସି: ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଦେଶରେ ପ୍ରବେଶ କରିବା ସହ ଆତଙ୍କ ଖେଳାଉଛି।

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନା କଟକଣା ଯୋଗୁଁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ଆଜି ଜିଲ୍ଲାପାଳ ମନୀଷ ସିଂହ ସୂଚନା ଦେଇଛନ୍ତି।

କରୋନା କର୍ଫ୍ୟୁ ପାଇଁ ଏକ ଗାଇଡ଼ଲାଇନ ଜାରି କରାଯାଇଛି। ଯେଉଁଥିରେ କେତେକ କଟକଣା କୋହଳ କରାଯାଇଛି। ଏହି ନୂଆ ଗାଇଡ଼ଲାଇନ ଅନୁସାରେ ରାସନ ଓ ପନିପରିବା, ଫଳ ଦୋକାନ ଆଦି ପୂର୍ବଭଳି ସୋମବାରରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ।

ହୋମ୍ ଡେଲିଭରିକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଦୋକାନୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡିଆରୀକୁ ସକାଳ ୬ଟାରୁ ୧୦ଟା ଓ ସନ୍ଧ୍ୟା ୫ଟାରୁ ୭ ଯାଏ ଖୋଲାରଖାଯିବ। ଭୋପାଳରେ ମେ’ ୨୪, ଜବଲପୁରରେ ମେ’ ୩୧ ଓ ଗ୍ବାଲିୟରରେ ମେ’ ୩୦ ଯାଏ କରୋନା କର୍ଫ୍ୟୁ ଘୋଷଣା କରାଯାଇଛି।