୯୪୮ ଟଙ୍କାରେ ମିଳିବ ‘ସ୍ପୁଟନିକ-ଭି’

ହାଇଦ୍ରାବାଦ: ରୁଷୀୟ ଟିକା ସ୍ପୁଟନିକ-ଭିର ଦର ସାମ୍ନାକୁ ଆସିଛି। ସ୍ପୁଟନିକ-ଭି ଡୋଜ୍ ପିଛା ୯୪୮ ଟଙ୍କା ପଡ଼ିବ ବୋଲି ହାଇଦ୍ରାବାଦର ଡା.ରେଡ୍ଡୀ ଲ୍ୟାବ ପ୍ରକାଶ କରିଛି। ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡ଼ିବ ବୋଲି ସୂଚନା ମିଳିଛି। ଡାକ୍ତର ରେଡ୍ଡୀ ଲ୍ୟାବ ସ୍ପୁଟନିକ-ଭିର ଟିକାକରଣ ମଧ୍ୟ ଆରମ୍ଭ କରିଛିି।