ଆହୁରି ୬ରୁ ୮ ସପ୍ତାହ ଲକଡାଉନ୍ ହେଉ : ଭାର୍ଗବ

ନୂଆଦିଲ୍ଲୀ, ଏଜେନ୍ସି: ସମ୍ପ୍ରତି ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବ୍ୟାପୀ ଚାଲିଛି। କିଛି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି। ଅଧିକ ସଂଖ୍ୟକ ସଂକ୍ରମିତ ହେଉୁଥିବା ଜିଲ୍ଲାଗୁଡିକରେ ସଂକ୍ରମଣକୁ ରୋକିବା ପାଇଁ ଆଉ ୬ଅରୁ ୮ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଜାରି ରଖିବା ଉଚିତ୍ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍)ର ମୁଖ୍ୟ ଡ. ବଳରାମ ଭାର୍ଗବ କହିଛନ୍ତି। ସମସ୍ତ ଜିଲ୍ଲାରେ ପ୍ରତିବନ୍ଧକ ଲାଗୁ ହେବା ଉଚିତ୍ ଯେଉଁଠାରେ ସଂକ୍ରମଣ ହାର ୧୦%ରୁ ଅଧିକ ରହିଛି। ବର୍ତ୍ତମାନ ଭାରତର ୭୧୮ ଜିଲ୍ଲାର ତିନି ଚତୁର୍ଥାଂଶରେ ପଜିଟିଭିଟି ହାର ୧୦%ରୁ ଅଧିକ ବୋଲି କୁହାଯାଉଛି। ଏଥିମଧ୍ୟରେ ନୂଆଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁର ଟେକ୍ ହବ୍ ଭଳି ପ୍ରମୁଖ ସହର ରହିଛି। ଆର୍ଥିକ  ପ୍ରଭାବ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶବ୍ୟାପୀ ତାଲା ପକାଇବାକୁ ପଛଘୁଞ୍ଚା ଦେଇଛନ୍ତି ଏବଂ ଏହାକୁ ରାଜ୍ୟ ସରକାରଙ୍କୁ ଛାଡିଛନ୍ତି। ଉଚ୍ଚ ପଜିଟିଭିଟି ଜିଲ୍ଲାଗୁଡିକ ବନ୍ଦ ରହିବା ଉଚିତ୍। ଏହି ଜିଲ୍ଲାଗୁଡ଼ିକର ପଜିଟିଭିଟି ହାର ୧୦%ରୁ ୫%କୁ ଆସିଲେ ଆମେ ସେଗୁଡିକୁ ଖୋଲି ପାରିବା। ଏଥିପାଇଁ ୬ଅରୁ ୮ ସପ୍ତାହ ମଧ୍ୟରେ ତାହା ଘଟିବ ନାହିଁ ବୋଲି ଦେଶର ସର୍ବୋଚ୍ଚ ଚିକିତ୍ସା ଅନୁସନ୍ଧାନ ସଂସ୍ଥା ଆଇସିଏମଆର ନୂଆଦିଲ୍ଲୀ ମୁଖ୍ୟାଳୟରେ ଏକ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି।