ଆମେରିକାରେ କରୋନାର କରୁଣ ଚିତ୍ର: ଗତବର୍ଷରୁ ଟ୍ରକରେ ପଡ଼ିରହିଛି ୭୫୦ ଶବ

ନ୍ୟୁୟର୍କ, ଏଜେନ୍ସି: ଏବେ ବିଶ୍ୱରେ କରୋନା ମହାମାରୀର ସଂକ୍ରମଣ କାୟା ବିସ୍ତାର କରିଥିଲାବେଳେ ଗତବର୍ଷ ପ୍ରାରମ୍ଭରେ ଅନୁରୂପ ପରିସ୍ଥିତି ହୋଇଥିଲା। ସେତେବେଳେ ଆମେରିକାକୁ କରୋନା ଭୂତାଣୁ ଏକପ୍ରକାର ଗ୍ରାସ କରିଥିଲା। ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ଏଭଳି ପରିସ୍ଥିତି ଉପୁଜିଥିଲା ଯେ ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ପଡ଼ିରହିଥିଲା। ସେହି ସମୟର ଏକ ଚାକ୍ଷୁକ୍ଷ ପ୍ରମାଣ ଏବେ ନଜରକୁ ଆସିଛି। ନ୍ୟୁୟର୍କ ସହରରେ ରେଫ୍ରିଜରେଟର୍ ଖଞ୍ଜାଯାଇଥିବା ଟ୍ରକରେ ୭୫୦ ଶବ ଏପର୍ଯ୍ୟନ୍ତ ପଡ଼ିରହିଛି। ଅଧିକାଂଶ ଶବ ନ୍ୟୁୟର୍କର ୩୯ତମ ଷ୍ଟ୍ରୀଟରେ ଟ୍ରକରେ ପଡ଼ିରହିଛି। ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କ ସହରରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ କରୋନାରେ ମୃତ ରୋଗୀଙ୍କ ଶବ ରଖିବାକୁ ଉପାୟ ନପାଇ ଟ୍ରକ୍କୁ ଶବାଗାର ଭାବରେ ବ୍ୟବହାର କରାଯାଇଥିଲା। ୨୦୨୦ ଏପ୍ରିଲରେ ଏଭଳି ସ୍ଥିତି ଉପୁଜିଥିଲା। ଦୈନିକ ଏତେ ସଂଖ୍ୟାରେ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଲା ଯେ ସେଗୁଡ଼ିକର କେହି ଦାବିଦାର ରହିଲେ ନାହିଁ। ହାର୍ଟ ଦ୍ୱୀପରେ କବର ଦେବା ପୂର୍ବରୁ ଅନ୍ୟୂନ ୧୪ଦିନ ରଖିବାକୁ ପଡ଼ୁଥିଲା ବୋଲି ଏହି ସୂତ୍ରରୁ ଜଣାପଡ଼ିଛି।
ଏହି ପରିପ୍ରେକ୍ଷୀରେ ନ୍ୟୁୟର୍କର ମେଡିକାଲ ଯାଞ୍ଚ କାର୍ଯ୍ୟାଳୟ ମୁଖପାତ୍ର ମାର୍କ ଡିଜାୟାର୍ କହିଛନ୍ତି, ଗତବର୍ଷ କୋଭିଡ୍ ମହାମାରୀ ଶୀର୍ଷରେ ପହଞ୍ôଚଥିବାବେଳେ ମୃତଦେହଗୁଡ଼ିକୁ ସାଇତି ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା। ମୃତକଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବା ପାଇଁ ପରିବାରବର୍ଗଙ୍କୁ ସୁଯୋଗ ଦେବା ନିମନ୍ତେ ଏଭଳି ବ୍ୟବସ୍ଥା ହୋଇଥିଲା। ଏହି ମୃତଦେହଗୁଡ଼ିକୁ ଆମେରିକାର ହାର୍ଟ ଦ୍ୱୀପରେ କବର ଦେବାକୁ ଯୋଜନା କରାଯାଉଛି। ମୃତକଙ୍କ