ବନ୍ଦ ଘରେ ଦୁଇ ଭଉଣୀଙ୍କ ମୃତଦେହ : କରୋନା ଭୟରେ ପାଖ ମାଡ଼ିଲେନି ସାହି ପଡ଼ୋଶୀ

କବିସୂର୍ଯ୍ୟନଗର,ଏନ୍ଏନ୍ଏସ୍: କବିସୂର୍ଯ୍ୟନଗର ବ୍ଲକର ସୁନାପଲ୍ଲୀ ପଞ୍ଚାୟତର ଅଶିଣିପୁର ଗାଁ ହରିଜନ ସାହିରେଏକ ଅଭାବନୀୟ ଘଟଣା ଦେଖିବାକୁମିଳିଛି। ଗୋଟିଏ ପରିବାର ଦୁଇ ବୃଦ୍ଧା ଭଉଣୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ରାତିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ସ୍ୱର୍ଗତ ଭାସ୍କର ନାହାକଙ୍କ ପତ୍ନୀ ଶାନ୍ତି ନାହାକ (୬୭) ଓ କାମରାଜୂ ନାହାକଙ୍କ ପତ୍ନୀ ଅହଲ୍ୟା ନାହାକ (୬୫)। ଦୁଇ ଭଉଣୀ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିବା ସୂଚନା ମିଳିଛି। ତେବେ କୋରୋନା ଭୟରେ ପାଖ ମାଡ଼ିଲେ ନାହିଁ ସାହି ପୋଡ଼ଶୀ। ମୃତ ଦୁଇ ବୃଦ୍ଧା ଭଉଣୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ସୂଚନା ମିଳିଛି। କବିସୂର୍ଯ୍ୟନଗର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କରୋନାଜନିତ ମୃତ୍ୟୁ ଭୟରେ ସାହିବାସିନ୍ଦାର କେହି ପାଖ ମାଡ଼ି ନଥିବା ଜାଣିବାକୁ ପାଇଥିଲା। ବିଡିଓ ପିପିଇ କିଟ ଯୋଗାଇ ଦେବା ପରେ ପୁଲିସ ସହଯୋଗରେ ଶବ ଦାହ ଆଜି କରାଯାଇଛି। କିଛି ମହନୀୟ ପୁଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଅନ୍ତିମ ସଂସ୍କାର ଗାଁ ମଶାଣିରେ ସମ୍ପନ୍ନ ହୋଇଛି। ଜ୍ୱରରେ ପୀଡିତ ଥିବାବେଳେ କୌଣସି ଜନ ପ୍ରତିନିଧି ସେମାନଙ୍କ ଯତ୍ନ ନନେବା ଘଟଣା ଗାଁରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।