” ତୁମେ ଖାଇଲେ ମୁଁ ଖାଇବି”

ଭୁବନେଶ୍ୱର, ଏନଏନଏସ : ପ୍ରବାସୀଙ୍କ ପାଇଁ ଭୋକରେ ରହିଲେ ସବ୍ୟସାଚୀ ।

ସୂଚନାଯୋଗ୍ୟ, ବେଙ୍ଗଳୁରୁରେ ଲଡକାଉନ୍ ଲାଗୁ ହୋଇଥିବା ବେଳେ ଠପ୍ ହୋଇଯାଇଛି କାମଧନ୍ଦା । ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ । ଏଭଳି ଦୁଃସମୟରେ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସବ୍ୟସାଚୀ । ବେଙ୍ଗଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ । ଯାହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା । ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।