ନୟାଗଡରୁ ବାଘ ଛାଲ ଓ ହାତୀ ଦାନ୍ତ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡରୁ ଜବତ ହେଲା ବାଘଛାଲ ଓ ହାତୀ ଦାନ୍ତ। ଦୁଇଟି ହାତୀ ଦାନ୍ତ ସମେତ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ। ନୟାଗଡ ମହାନଦୀ ବନ୍ଧ କଡଗଣିଆ ଚାମୁଣ୍ଡେଇ ମହାକାଳପାତ ମନ୍ଦିର କଡରେ ଏହାର ଡିଲ ଚାଲିଥିବାବେଳେ ଏସଟିଏଫ୍ ଦଳ ଚଢଉ କରି ଜବତ କରିଛି।

ଏହି ଘଟଣାରେ ଏସଟିଏଫ ଦୁଇ ଜଣଙ୍କୁ ଗିରଫ କରିଛି। କଟକର ରମେଶ ପ୍ରତିହାରି, ନୟାଗଡ଼ର ହିମ୍ବାଧର ତରେଇ ଏସଟିଏଫ ହାତରେ ଧରାପଡିଛନ୍ତି। ବିଗତ ଏକ ବର୍ଷ ମଧ୍ୟରେ ୧୫ଟି ମାମଲାରେ ଏଯାବତ ୨୯ ଜଣଙ୍କୁ ଗିରଫ କରାଯାଇଛି। ୧୩ଟି ବାଘ ଛାଲ ୯ଟି ହାତୀଦାନ୍ତ ୨ଟି ହରିଣ ଛାଲ, ୩ଟି ବଜ୍ରକାପ୍ତା ସହ ୫ କେଜି ବଜ୍ରକାପ୍ତା ଛାଲ ମଧ୍ୟ ଜବତ ହୋଇଛି। ନୟାଗଡ ଅଞ୍ଚଳରୁ ବାରମ୍ବାର ବାଘ ଓ ହାତୀ ଦାନ୍ତ ତସ୍କରୀ ହେଉଥିଲେ ମଧ୍ୟ ଏଥିରେ ରୋକ ଲାଗି ପାରୁନି।